ନୂଆଦିଲ୍ଲୀ, ୨୭/୯ : ଦୀର୍ଘ ବର୍ଷ ହେଲା ବିବାଦ ମଧ୍ୟରେ ରହିଥିବା ଅଯୋଧ୍ୟା ଜମି ମାମଲାର ଶୁଣାଣି ଆସନ୍ତା ମାସ ୨୯ ତାରିଖରୁ ଆରମ୍ଭ ହେବ । ଏହି ମାମଲାର ରାୟ ଖୁବ୍ ଶୀଘ୍ର ପ୍ରକାଶ ପାଇବାର ସମ୍ଭାବନା ସୃଷ୍ଟି ହୋଇଛି । ଏଥିସହିତ ୧୯୯୪ର ଇସ୍ମାଇଲ୍ ଫାରୁକୀ ମାମଲାରେ ମାନ୍ୟବର ସୁପ୍ରିମ୍କୋର୍ଟଙ୍କ ରାୟର ପୁନର୍ବିଚାର ପାଇଁ ଆଗତ ମାମଲା ୫ ଜଣିଆ ସାମ୍ବିଧାନିକ ପୀଠକୁ ଯିବ ନାହିଁ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି । ଏହି ମାମଲାର ପୁନର୍ବିଚାର ର ଆବଶ୍ୟକତା ନାହିଁ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର, ଜଷ୍ଟିସ ଅଶୋକ ଭୂଷଣ ଏବଂ ଜଷ୍ଟିସ ଏନ୍.ନଜିରଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କ ମଧ୍ୟରୁ ଜଷ୍ଟିସ ଦୀପକ ମିଶ୍ର ଓ ଅଶୋକ ଭୂଷଣ ଏହି ମାମଲାରେ ଏକମତ ହୋଇଥିଲେ ଯେ, ଯେ କୌଣସି ସ୍ଥାନରେ ନମାଜ ପାଠ କରାଯାଇପାରିବ । କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ନମାଜ ପାଠ କରିଦେଲେ ତାହା ଅନ୍ୟ କୌଣସି କାର୍ଯ୍ୟରେ ଉପଯୋଗ ହୋଇପାରିବ ନାହିଁ ଏଭଳି କୌଣସି ଧାର୍ମୀୟ ମତ ଗ୍ରହଣଯୋଗ୍ୟ ନୁହେଁ । ଏହି ମାମଲାର ପୁନର୍ବିଚାର ପାଇଁ ୫ ଜଣିଆ ସାମ୍ବିଧାନିକ ପୀଠକୁ ପଠାଇବା ନିମନ୍ତେ ଯେଉଁ ଆବେଦନ କରାଯାଇଥିଲା ତାହାକୁ ଜଷ୍ଟିସ ନଜିର ସମର୍ଥନ କରିଥିଲେ ମଧ୍ୟ ୨:୧ରେ ଏହା ଗ୍ରହଣଯୋଗ୍ୟ ହୋଇନଥିଲା । ତେବେ ଜଷ୍ଟିସ ନଜିର କହିଥିଲେ ଯେ, ୨୦୧୦ରେ ଅଯୋଧ୍ୟା ମାମଲାରେ ଆହ୍ଲାବାଦ ହାଇକୋର୍ଟ ଇସ୍ମାଇଲ୍ ଫାରୁକି ପ୍ରସଙ୍ଗରେ ପ୍ରଭାବିତ ହୋଇ ରାୟ ଦେଇଥିଲେ । ତେଣୁ ଇସ୍ମାଇଲ୍ ଫାରୁକି ମାମଲାରେ ଅଦାଲତଙ୍କ ରାୟରପୁନର୍ବିଚାରର ଆବଶ୍ୟକତା ରହିଛି । ସେ ଆହୁରି କହିଥିଲେ ଯେ, କୌଣସି ଧର୍ମର ଗୁରୁତ୍ୱପୂର୍ଣ୍ଣ ଆଚରଣ କ’ଣ ତାହା ସାମ୍ବିଧାନିକ ପୀଠ ବିଚାର କରିବା ଉଚିତ । ଏହାପରେ ଅଯୋଧ୍ୟା ଜମି ମାମଲାର ଶୁଣାଣି ହେବା ଉଚିତ । ତେବେ ଜଷ୍ଟିସ ମିଶ୍ର ଓ ଜଷ୍ଟିସ ଭୂଷଣ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ । ସେମାନେ ଦର୍ଶାଇଥିଲେ ଯେ, ଇସ୍ମାଇଲ୍ ଫାରୁକି ମାମଲାର ରାୟ ଚୂଡ଼ାନ୍ତ ଓ ଏହାର ପୁନର୍ବିଚାରର ଆବଶ୍ୟକତା ନାହିଁ । ତେଣୁ ଏହି ମାମଲା କୌଣସି ସାମ୍ବିଧାନିକ ପୀଠକୁ ଯାଇପାରିବ ନାହିଁ । ଏଥିସହିତ ଅଦାଲତ ଅଯୋଧ୍ୟା ଭୂମି ମାମଲାରେ ପୂର୍ବରୁ ସମ୍ପୃକ୍ତ ଥିବା ୩ ଜଣ ପକ୍ଷଙ୍କୁ ନୋଟିସ୍ କରିବା ସହ ସେମାନଙ୍କ ମତାମତ ଶୁଣିବା ପାଇଁ ଶୀର୍ଷ ଅଦାଲତ ଦିନ ଧାର୍ଯ୍ୟ କରିଛନ୍ତି । ଆଜିର ଶୁଣାଣିବେଳେ ଇସ୍ମାଇଲ୍ ଫାରୁକି ମାମଲାରେମାନ୍ୟବର ଖଣ୍ଡପୀଠ ଯେଉଁ ରାୟ ଦେଇଛନ୍ତି ତାହା ସ୍ପଷ୍ଟ କରୁଛି ଯେ, ରାମ ଜନ୍ମଭୂମି ଠାରେ ମୁସଲିମ୍ମାନେ ମସ୍ଜିଦ୍ ନିର୍ମାଣ କରି ନମାଜ ପାଠ କରିବା ଦ୍ୱାରା ସେହି ସ୍ଥାନ ଯେ ମୁସ୍ଲିମ୍ମାନଙ୍କ ହୋଇଯିବ ଏହି ଯୁକ୍ତିକୁ ଅଦାଲତ ଅଗ୍ରାହ୍ୟ କରିଦେଇଛନ୍ତି । କାରଣ ଅଦାଲତ କହିଛନ୍ତି ଯେ, ଯେ କୌଣସି ସ୍ଥାନରେ ନମାଜ ପାଠ କରାଯାଇିବ । କେବଳ ମସଜିଦ୍ରେ ହିଁ ନମାଜ ପାଠ କରାଯାଇପାରିବ ସେଭଳି କୌଣସି ବିଦ୍ଧି ନାହିଁ ।
Thursday, 27 September 2018
ଅକ୍ଟୋବର ୨୯ରୁ ଅଯୋଧ୍ୟା ମାମଲାର ଶୁଣାଣ

Subscribe to:
Comments (Atom)