Tuesday, 2 October 2018
ବିବାଦୀୟ ଅଯୋଧ୍ୟା
ଅଯୋଧ୍ୟାଏକ ମହାବିବାଦୀୟ ପ୍ରସଙ୍ଗ ରୂପେ ସମସ୍ତଙ୍କୁ ବିଚଳିତ ଓ ବିବ୍ରତ କରିରଖିଛି । ସାଂପ୍ରଦାୟିକ ସଦଭାବନାରେ ବିଶ୍ୱାସ ରଖୁôଥିବା ଭାରତବର୍ଷରେ ଏହି ପ୍ରସଙ୍ଗ ନେଇ ଏକ ଫର୍ମୁଲା ବାହାରିବ ବୋଲି ଆଶା କରାଯାଉଛି । ସ୍ୱାଧୀନତା ପୂର୍ବରୁ ସାମ୍ପ୍ରଦାୟିକ ବିବାଦର କେନ୍ଦ୍ର ପାଲଟିଥିବା ଅଯୋଧ୍ୟାର ବିବାଦୀୟ ପୀଠର ମାଲିକାନା ନେଇ ଚାଲିଥିବା ମାମଲା ସମାଧାନ ପାଇଁ ଏବେ ରାସ୍ତା ଖୋଲିଥିବା କୁହାଯାଉଛି । ଅଯୋଧ୍ୟାର ବିବାଦୀୟ ସ୍ଥାନ ଯାହାକୁ କେତେକ ରାମ ଜନ୍ମଭୂମି ବୋଲି ଦାବି କରୁଛନ୍ତି ଏବଂ ଦ୍ୱାଦଶ ଶତାବ୍ଦୀରେ ମୋଗଲ ସମ୍ରାଟ୍ ବାବର ଏଠାରେ ପୁରାକାଳରୁ ଥିବା ମନ୍ଦିରକୁ ଭାଙ୍ଗି ମସଜିଦ୍ ନିର୍ମାଣ କରିଥିଲେ ବୋଲି କୁହାଯାଉଛି ତାହାର ମାଲିକାନା ନେଇ ହିନ୍ଦୁ ଓ ମୁସଲମାନ ଧର୍ମର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦୁଇ ସମ୍ପ୍ରଦାୟ ମଧ୍ୟରେ ତିକ୍ତତାର ଚରମସୀମାରେ ଉପନୀତ ହେବା ସତ୍ତେ୍ୱ ଏହାର ସମାଧାନ ରାସ୍ତା ବାହରି ପାରିନାହିଁ । ରାଜନୈତିକ ସ୍ତରରେ ଏହାର ସମାଧାନ ରାସ୍ତା ବାହାରି ନପାରିବା ଫଳରେ ମାମଲାକୋର୍ଟକୁ ଯାଇଥିଲା । କେତେକ ଏହାକୁ ଧାର୍ମିକ ବିବାଦର ମାନ୍ୟତା ଦେଇଛନ୍ତି । କିନ୍ତୁ ନିକଟରେ ମାନ୍ୟବର ସୁପ୍ରିମକୋର୍ଟ ଏହାକୁ ଖାରଜ କରି ଏହା କେବଳ ଏକ ଜମି ବିବାଦ ବୋଲି ସ୍ପଷ୍ଟ କରିଛନ୍ତି । ଅଯୋଧ୍ୟାର ଏହି ତଥାକଥିତ ମସଜିଦ୍ରେ ନମାଜ ପାଠ କରାଯାଉନଥିଲା । କେବଳ ଏକ ମସଜିଦ୍ର ଢାଞ୍ଚା ଥିଲା ଯାହାକୁ କରସେବକମାନେ ବଳପୂର୍ବକ ଭାଙ୍ଗିଦେଇଛନ୍ତି । ଏଠାରେ ଏକ ରାମ ମନ୍ଦିର ନିର୍ମାଣ ପାଇଁ ବିଶ୍ୱ ହିନ୍ଦୁ ପରିଷଦ ପରିଷଦ, ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଘ ଆଦି ହିନ୍ଦୁ ସଙ୍ଗଠନ ପକ୍ଷରୁ ଦାବି କରାଯାଇଆସୁଛି । କିନ୍ତୁ ମୁସଲମାନ ମାନେ ଏହି ଜମି ଉପରେ ସେମାନଙ୍କର ଅଧିକାର ଥିବା ଦାବି କରି ଆସୁଛନ୍ତି । ତେଣୁ ସୁପ୍ରିମକୋର୍ଟ ବା ପୂର୍ବରୁ ଆହ୍ଲାବାଦ୍ ହାଇକୋର୍ଟ ଯଥାର୍ଥରେ ଏହାକୁ ଏକ ଜମି ବିବାଦ ବୋଲି କହିଛନ୍ତି । ଏହା ସମ୍ପୂର୍ଣ୍ଣ ଭାବେ ଏକ ସିଭିଲ୍ କେସ୍ । ଏଥିରେ ଧର୍ମିୟ ଭାବନାର କୋ÷ଣସି ସ୍ଥାନ ନାର୍ହି । ଏହାକୁ ନେଇ ନିର୍ଦ୍ଦିଷ୍ଟ ଗୋଷ୍ଠୀ ମଧ୍ୟରେ ବିବାଦ ରହିଛି । କିନ୍ତୁ ସାମଗ୍ରୀକଭାବେ ହିନ୍ଦୁ-ମୁସଲମାନ ବିବାଦର କୋ÷ଣସି ସୂଯୋଗ ନାହିଁ । ମାନ୍ୟବର ସୁପ୍ରିମକୋର୍ଟ ଏହାକୁ ସ୍ପଷ୍ଟ କରିଛନ୍ତି । ନମାଜ୍ ପାଠ ପାଇଁ ମସଜିଦ୍ ଜରୁରୀ ନୁହେଁ । ଯେ କୋ÷ଣସି ସ୍ଥାନରେ ଏହା ପାଠ କରାଯାଇପାରିବ । ଏହା କହିଛନ୍ତି ସୁପ୍ରିମକୋର୍ଟ । ଗୁରୁବାର ଦିନ ଅଯୋଧ୍ୟାର ବିବାଦୀୟ ଜମି ସମ୍ପର୍କିତ ଏକ ମାମଲାର ରାୟ ପ୍ରକାଶ କରି ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୩ଜଣିଆ ଖଣ୍ଡପୀଠ କହିଛନ୍ତି ଯେ, ନମାଜ ସହ ଇସଲାମର କୋ÷ଣସି ସମ୍ପର୍କ ନାହିଁ । ଯେ କୋ÷ଣସି ସ୍ଥାନରେ ଏହା ପାଠ କରାଯାଇପାରିବ । ଅଯୋଧ୍ୟାର ବିବାଦୀୟ ସ୍ଥାନରେ ନମାଜ ପାଠ ପାଇଁ ଅନୁମତି ଦେବାକୁ ଏବଂ ଏହି ସ୍ଥାନ ନମାଜ ପାଇଁ ଉଦ୍ଦିଷ୍ଟ ବୋଲି ଦାବି କରି ଯେଉଁ ପିଟିସନ୍ ଦାଖଲ ହୋଇଥିଲା ତାହାକୁ ମାନ୍ୟବର ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ଏହା କେବଳ ଏକ ଜମି ବିବାଦ ଏବଂ ଏହା ସହିତ ଇସଲାମ ବା ନମାଜର କୋ÷ଣସି ସମ୍ପର୍କ ନାହିଁ । ୨୦୧୦ରେ ଆହ୍ଲାବାଦ୍ ହାଇକୋର୍ଟ ଅଯୋଧ୍ୟା ମାମଲାର ଯେଉଁ ରାୟ ଦେଇଥିଲେ ତା ବିରୋଧରେ ଆଗତ ପିଟିସନର ଶୁଣାଣୀ ୩ଜଣିଆ ବେଞ୍ଚ କରିବେ । ଏହାର ଶୁଣାଣୀ ଏକ ବୃହତ୍ତର ବେଞ୍ଚରେ କରିବାକୁ ଯେଉଁ ଆବେଦନ ହୋଇଥିଲା ତାହକୁ ସୁପ୍ରିମକୋର୍ଟ ଖାରଜ କରିବା ସହିତ ପୂର୍ବ ନିଷ୍ପତ୍ତି ଅନୁଯାୟୀ ଏହି ମାମଲାର ଶୁଣାଣୀ ୩ଜଣିଆ ବେଞ୍ଚରେ ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଆସନ୍ତା ୨୯ରୁ ମାମଲାର ଶୁଣାଣୀ ଆରମ୍ଭ ହେବ ବୋଲି କୋର୍ଟ କହିଛନ୍ତି । ସୁପ୍ରିମକୋର୍ଟ ୧୯୯୪ ରାୟର ପୁନର୍ବିଚାର ଆବେଦନକୁ ମଧ୍ୟ ଖାରଜ କରିଛନ୍ତି । ଫଳରେ ଅଯୋଧ୍ୟା ବିବାଦର ଫଇସଲା ପାଇଁ ରାସ୍ତା ଫିଟିଛି ବୋଲି କୁହାଯାଉଛି । ଇସମାଇଲ୍ ଫାରୁକୀଙ୍କ ପକ୍ଷରୁ ଆଗତ ପିଟିସନ ଉପରେ ନିଜର ମତ ବ୍ୟକ୍ତ କରି ଜଷ୍ଟିସ୍ ମିଶ୍ର ଓ ଜଷ୍ଟିସ୍ ଅଶୋକ ଭୂଷଣ କହିଛନ୍ତି ଯେ, ଏହା ସମ୍ପୂର୍ଣ୍ଣଭାବେ ଏକ ଜମି ବିବାଦ । ଏଥିରେ କୋ÷ଣସି ଧାର୍ମିକ ରୀତିନୀତିର ସମ୍ପୃକ୍ତି ନାହିଁ । ତେବେ ତିନିଜଣିଆ ବେଞ୍ଚର ଅନ୍ୟତମ ସଦସ୍ୟ ଜଷ୍ଟିସ୍ ଏସ ନଜିର ଅନ୍ୟ ଦୁଇଜଣଙ୍କ ମତ ସହ ଏକମତ ହୋଇପାରିନଥିଲେ । ସେ ଏହି ମାମଲାର ଗୁରୁତ୍ୱ ଓ ଗମ୍ଭୀରତା ଦୃଷ୍ଟିରୁ ଏହାକୁ ଏକ ବ୍ୟାପକ ଓ ସଂପ୍ରସାରିତ ବେଞ୍ଚରେ ଶୁଣାଣୀ ସପକ୍ଷରେ ମତ ବ୍ୟକ୍ତ କରିଥିଲେ । ସୁପ୍ରିମକୋଟଙ୍କ ଏହି ରାୟକୁ ବିଜେପି ଓ ସଂଘ ପରିବାର ପକ୍ଷରୁ ସ୍ୱାଗତ କରାଯିବା ସହିତ ଏହା ଦ୍ୱାରା ବିବାଦର ସମାଧାନ ପନ୍ଥା ଶୀଘ୍ର ନିର୍ଦ୍ଧାରିତ ହେବ ବୋଲି ଆଶା ବ୍ୟକ୍ତ କରାଯାଇଛି । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏହାକୁ ସ୍ୱାଗତ କରି ୨୦୧୯ରେ ବିବାଦର ସମାଧାନ ପନ୍ଥା ନିର୍ଦ୍ଧାରିତ ହୋଇପାରିବ ଏବଂ ଅଯୋଧ୍ୟାରେରାମ ମନ୍ଦିର ନିର୍ମାଣ ସମ୍ଭବ ହୋଇପାରିବ ବୋଲି କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ୨୦୧୦ରେ ଆହ୍ଲାବାଦ୍ ହାଇକୋର୍ଟ ଅଯୋଦ୍ୟା ବିବାଦର ସମାଧାନ ପାଇଁ ବିବାଦୀୟ ଜମିକୁ ତିନିଭାଗରେ ବିଭକ୍ତ କରିବାକୁ କହିଥିଲେ । ଗୋଟିଏ ଭାଗ ରାମମନ୍ଦିର ନ୍ୟାସକୁ, ଗୋଟିଏ ଭାଗ ମୁସଲମାନ ଗୋଷ୍ଠୀକୁ ଏବଂ ଶେଷ ଭାଗ ସାମାଜିକ କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ ରଖିବାକୁ କହିଥିଲେ । ସେତେବେଳେ ଏହାକୁ ଅନେକ ସ୍ୱାଗତ କରିଥିଲେ ଏବଂ ଏତିକିରେ ବିବାଦର ଅନ୍ତ ହେଉ ବୋଲି ମତବ୍ୟକ୍ତ କରିଥିଲେ ।
Subscribe to:
Comments (Atom)